ପାରାଦୀପ: କଟକ ପାରାଦୀପ ରାସ୍ତାର ଭୁତମୁଣ୍ଡାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗ୍ୟାସ୍ ଟ୍ୟାଙ୍କର ସହ କାରର ମୁହଁମୁହିଁ ଧକ୍କା ହୋଇଥିଲା । ଫଳରେ କାର ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଭୂତମୁଣ୍ଡାଇ ଜଗତି ଗ୍ରାମର ପ୍ରଜ୍ଞା ପ୍ରକାଶ ପତି ।
ସୂଚନା ଅନୁସାରେ, ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ବ୍ୟାଙ୍କ ଛକ ନିକଟରେ ଗ୍ୟାସ୍ ଟ୍ୟାଙ୍କର ସହିତ କାର ମଧ୍ୟରେ ଧକ୍କା ହୋଇଥିଲା । ଟ୍ୟାଙ୍କର ପାରାଦୀପ ଅଭିମୁଖେ ଯାଉଥିବା ବେଳେ କାର୍ଟି କଟକ ଆଡୁ ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ କାର ଚାଳକ ପ୍ରଜ୍ଞା ପ୍ରକାଶ ପତିଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ମେଡିକାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଭଙ୍ଗିରୁଜି ନଷ୍ଟ ହୋଇଯାଇଛି ।