ପୁରୀ: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ପୁରୀ ଗସ୍ତରେ ଅପରାହ୍ନ ୩ଟାରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ସେବାୟତଙ୍କୁ ଭେଟି ବିଭିନ୍ନ ସଂପର୍କରେ ଆଲୋଚନା କରିବେ । ଏହାସହ ଆଗାମୀ ନୀତିକାନ୍ତି କିପରି ସୁରୁଖୁରୁରେ ସମ୍ପାଦନ ହେବ ସେ ନେଇ ନିଷ୍ପତି ନେବେ । ଶରଧାବାଲି ଅଘଟଣ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ ।
ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ପୁରୀ ଗସ୍ତରେ ଯିବେ । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେବାୟତଙ୍କ ସହିତ ଆଲୋଚନା କରିବେ । ଆଗକୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନା ବେଶ ରହିଥିବାରୁ କିଭଳି ସୁରୁଖୁରୁରେ ହେବ । ସେନେଇ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରିବେ ।