ବ୍ରହ୍ମପୁର: ଗଞ୍ଜାମ ବ୍ଳକ ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୮ ଜଣ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାଙ୍କୁ ଚିକିତ୍ସା ପାଇଁ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
ସୂଚନା ଅନୁସାରେ, ଗତକାଲି ସାତୁଳି ଗ୍ରାମର ଗୋଟେ ପରିବାର ବିଲରେ ଫୁଟିଥିବା ଛତୁ ଆଣି ରାନ୍ଧିକି ଖାଇଥିଲେ । ପରେ ପରିବାର ୮ ଜଣଙ୍କ ବାନ୍ତି ହେବା ସହ ଅସୁସ୍ଥ ହୋଇପଡିଥିଲେ । ୮ ଜଣ ଅସୁସ୍ଥ ହେଲେ ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନା ସାହୁ, ସୁଇଟି ସାହୁ, ସପନା ସାହୁ, ସୁକୁରୁ ସାହୁ । ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।