ବିଲରୁ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ଦୁଇଟି ଗୋଡ଼ କଙ୍କାଳ ଉଦ୍ଧାର, ପୋଲିସର ତଦନ୍ତ ଜାରି
Khabar Odisha:skeleton-rescued-from-Jaleswar
ଭୁବନେଶ୍ୱର, ଫେବୃଆରୀ 28 (ଖବର ଓଡିଶା) :

ଜଳେଶ୍ୱରର ରାସ୍ତାକଡ ବିଲ ମଧ୍ୟରୁ ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ବିହୀନ ଦୁଇଟି ଗୋଡ଼ କଙ୍କାଳ ଉଦ୍ଧାର  । ଉଦ୍ଧାର ହୋଇଥିବା କଙ୍କାଳ ଫୋରେନସିକ ଟେଷ୍ଟ ପାଇଁ ବାଲେଶ୍ଵର ପଠାଇଛି ପୋଲିସ 

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର NH 60 ଜାତୀୟ ରାଜପଥ ନିକଟସ୍ଥ ଜମାଳପୁର ଠାରେ ଧାନ ବିଲକୁ ଆଜି କାମ କରିବା ପାଇଁ କିଛି  ସ୍ଥାନୀୟ ଲୋକ ଯାଉଥିଲେ   ସେହି ସମୟରେ ସେଠାରେ ଗଚ୍ଛିତ ଥିବା ବାଲି ଭିତରେ ମଣିଷ ଗୋଡ଼ ବାହାରକୁ ଦେଖା ଯାଉଥିବା ସ୍ଥାନୀୟ ଲୋକ ଦେଖିଥିଲେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଗୋଡ଼ ଓ ଅନ୍ୟ କଙ୍କାଳ ଉଦ୍ଧାର କରିଛି  । ଉଦ୍ଧାର ହୋଇଥିବା କଙ୍କାଳ ଫୋରେନସିକ ଟେଷ୍ଟ ପାଇଁ ବାଲେଶ୍ଵର ପଠାଇଛି ପୋଲିସ  । ମୃତକଙ୍କ ପରିଚୟ ମିଳିନାହିଁ  । ଜଳେଶ୍ୱର ପୋଲିସ ଅଧିକ ତଦନ୍ତ ଜାରି ରଖିଛି 

 

  • Tags:

Subscribe

National International State Sports Entertainment