ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆରେ ଗର୍ଜିଛି ପୋଲିସ ଗୁଳି । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ ହୋଇଛି । ସିମୁଳିଆ ଥାନା ଅଡ଼ା ଛକ ନିକଟରେ ଏନକାଉଣ୍ଟର ହୋଇଛି । ଏ ନେଇ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।
ଗୁରୁବାର ବିଳମ୍ବିତ ରାତିରେ ରାଣୀତାଲ-କୁପାରୀ ରୋଡରେ ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ପୋଲିସକୁ ଦେଖି ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଚଳାଇଥିଲେ । ପୋଲିସର ପାଲଟା ଜବାବରେ ଲୋକେଶ ଆଣ୍ଠେଇ ପଡ଼ିଥିଲା । ଲୋକେଶଙ୍କ ଗୋଡରେ ଗୁଳି ବାଜିଛି । ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ସୁଯୋଗ ଦେଖି ଆଉ ଜଣେ ଦୁର୍ବୃତ୍ତ ଫେରାର ହେବାର ସଫଳ ହୋଇଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ।