ଭୁବନେଶ୍ୱର: ବିଜେଡ଼ି ରାଜ୍ୟସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିବା ମାତ୍ରେ ଶ୍ରୀମୟୀ ମିଶ୍ର ବାଣ ମାରିଛନ୍ତି । ତାଙ୍କ ପୂର୍ବାନୁମାନ ସତ ହୋଇଥିବା ଶ୍ରୀମୟୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ।
ଶ୍ରୀମୟୀ ମିଶ୍ର ତାଙ୍କ ପୋଷ୍ଟରେ ଶକ୍ତିନାନୀ ଅର୍ଥାତ୍ ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ସୁଜାତା ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ଅଣଦେଖା କରାଯାଇଛି । ଶ୍ରୀମୟୀ ଲେଖିଛନ୍ତି, ସତ ହେଲା ପୂର୍ବାନୁମାନ, ଶକ୍ତିନାନୀ ହେଲେ ଶକ୍ତିହୀନ, ପୁରୁଖା ହେଲେ ହୀନିମାନ ।
ପ୍ରଭାତ ବିଶ୍ୱାଳ ମଧ୍ୟ ସମାନ କଥା କହିଥିଲେ । ଦଳରେ କାମ କରୁଥିବା ନେତାଙ୍କୁ ପୁରସ୍କାର ଦିଆଯିବା ଉଚିତ ବୋଲି ସେ କହିଥିଲେ ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଏବଂ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ପ୍ରାର୍ଥୀ କରାଯାଇଛି ।