ଇସ୍ରାଏଲ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଛି। ଏହି ଉତ୍ତେଜନାପୂର୍ଣ୍ଣ ପରିବେଶକୁ ଦୃଷ୍ଟିରେ ରଖି, ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରିଛି। ଭାରତୀୟ ନାଗରିକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷ ଏବଂ ହୋମ ଫ୍ରଣ୍ଟ କମାଣ୍ଡ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଇସ୍ରାଏଲରେ ଥିବା ଭାରତୀୟଙ୍କୁ କହିଛନ୍ତି, ଅତ୍ୟନ୍ତ ସାବଧାନ୍ ରୁହନ୍ତୁ, ସତର୍କ ରୁହନ୍ତୁ। ସ୍ଥିତିକୁ ଦେଖି ଇସ୍ରାଏଲରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବା ଆଉ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ନାଗରିକଙ୍କୁ ଇସ୍ରାଏଲ ଅଧିକାରୀଙ୍କ ଦ୍ବାରା ଜାରି ସୁରକ୍ଷା ଏବଂ ନିର୍ଦ୍ଦେଶକୁ ପାଳନ କରି ପରାମର୍ଶ ଦିଆଯାଇଛି।
ଇରାନ ଉପରେ ଆକ୍ରମଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଖାନମୋଇ ଅସ୍ତ୍ର ଛାଡନ୍ତୁ ନଚେତ ମୃତ୍ୟୁକୁ ସାମ୍ନା କରନ୍ତୁ। ଅପରେସନ ଆରମ୍ଭ ହୋଇସାରିଛି ଏବଂ ଏହା ଜାରି ରହିବ। ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ‘ସିଲ୍ଡ ଅଫ ଜୁଦାହ’ ନାମ ଦିଆଯାଇଛି। ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ଜାରି ରଖିବ।
ଇସ୍ରାଏଲୀ ସେନା ଇରାନ ଉପରେ ଗୋଟିଏ ପରେ ଗୋଟିଏ ଅନେକ ରକେଟ ମାଡ଼ କରିଛି। ଏପି ନ୍ୟୁଜ ଏଜେନ୍ସି ଅନୁଯାୟୀ, ଇସ୍ରାଏଲରେ ସାଇରନ ନିରନ୍ତର ବାଜୁଛି, ଯାହା କ୍ଷେପଣାସ୍ତ୍ର ଆକ୍ରମଣ ବିଷୟରେ ଚିନ୍ତା ବଢାଇ ଦେଉଛି। ଇରାନର ରାଜଧାନୀ ତେହେରାନରେ ଲୋକମାନେ ଜୋରଦାର ବିସ୍ଫୋରଣ ଶୁଣିଛନ୍ତି।
ଅଧିକ ପଢନ୍ତୁ: ଇରାନ ଉପରେ ଇସ୍ରାଏଲ ଆକ୍ରମଣରେ ମଧ୍ୟରେ ମିଳିଲା ଆମେରିକାର ସମର୍ଥନ; ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ନେତାନ୍ୟାହୁ
ରିପୋର୍ଟ ଅନୁଯାୟୀ, ତେହେରାନର କେନ୍ଦ୍ରରେ ଏକ ବିସ୍ଫୋରଣ ହୋଇଥିଲା ଏବଂ ଆକାଶରେ ଘନ ଧୂଆଁ ଉଠିଥିବା ଦେଖାଯାଇଥିଲା। ଇସ୍ରାଏଲ ଅନେକ ଇରାନୀ ମନ୍ତ୍ରଣାଳୟକୁ ଟାର୍ଗେଟ କରିଛି। ଇରାନର ସର୍ବୋଚ୍ଚ ନେତା ଖାମେନେଇ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଆକ୍ରମଣଟି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ କାର୍ଯ୍ୟାଳୟ ନିକଟରେ ହୋଇଥିଲା। ଆକ୍ରମଣ ସମୟରେ ୮୬ ବର୍ଷୀୟ ଖାମେନେଇ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅଧିକ ପଢନ୍ତୁ: ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ; ତେହେରାନ ସମେତ ଅନେକ ସହରରେ ବିସ୍ଫୋରଣ, ଦେଶ ଛାଡିଲେ ଖାମେନେଇ