ସତ୍ୟ ନଗର ସିଲ୍ ନେଇ ଲୋକଙ୍କ ମନରେ ଦ୍ୱଦ୍ୱ, ସେହି ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ କଥା ପୂର୍ବରୁ କହି ନଥିଲେ ସରକାର
Khabar Odisha:satya-nagar-seal-matter-confusion
ଭୁବନେଶ୍ୱର, ଏପ୍ରିଲ ୦୯ (ଖବର ଓଡ଼ିଶା):

 ଦିନକୁ ଦିନ ମହାମାରୀ କରୋନାର ପ୍ରଭାବ ସାରା ବିଶ୍ୱରେ ବଢି ଚାଲିଛି । ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସତ୍ୟ ନଗରକୁ ନେଇ ସାରା ରାଜ୍ୟରେ ଦ୍ୱନ୍ଦ ସୃଷ୍‌ି ହୋଇଛି । ହଠାତ୍ କାହିଁକି ସତ୍ୟନଗରକୁ ସିଲ୍ କରାଗଲା ତାହା ସ୍ପଷ୍ଟ ହେଉ ନଥିବାବେଳେ ଜଣାପଡ଼ିଛି ଯେ, ସତ୍ୟନଗରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତକାଲି ସକାଳେ ହଠାତ୍ ଯେତେବେଳେ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳ ସିଲ୍ ହେଲା ସମସ୍ତଙ୍କ ମନର ଦ୍ୱନ୍ଦ୍ୱ ଦେଖାଦେଲା । ପ୍ରଶ୍ନ ଉଠିଲା ଏହି ଅଂଚଳରେ ବି କେହି କରୋନା ଆକ୍ରାନ୍ତ ଚିହ୍ନଟ ହେଲେ କି । ତେବେ ଏହାପରେ ଜଣାପଡ଼ିଲା ସତ୍ୟ ନଗରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହଠାତ୍ ସତ୍ୟନଗରରେ କରୋନା ଆକ୍ରାନ୍ତ ଖବର ମଧ୍ୟ ଅନେକଙ୍କୁ ଦ୍ୱନ୍ଦରେ ପକାଇ ଦେଇଥିଲା । ସତ୍ୟ ନଗରକୁ ସେହି ଅଂଚଳକୁ ସିଲ୍ କରାଯାଇ  ପୁରା ଅଂଚଳକୁ ସାନିଟାଇଜ ବି କରାଗଲା । କିନ୍ତୁ, ସତ୍ୟନଗର ଅଂଚଳରେ କେହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସରକାର ପୂର୍ବରୁ କହିନଥିଲେ । କିନ୍ତୁ କାହିଁକି ପୂର୍ବରୁ ଏହାକୁ ଲୁଚାଯାଇଥିଲା, ତାହା ବୁଝାପଡିଲା ନାହିଁ । ଗତକାଲି ସନ୍ଧ୍ୟାରେ ବିଏମସି କମିଶନର ବମିଖାଲରେ ୧୪ ଓ ସତ୍ୟନଗରରେ ୪ଜଣ ଥିବା କହିଥିଲେ ।

  • Tags:

Subscribe

National International State Sports Entertainment