ରାତି ପାହିଲେ ନୂଆଖାଇ । ଏଥିପାଇଁ ଚଳଚଂଚଳ ପଶ୍ଚିମ ଓଡିଶା । ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ, ଘରକୁ ଆସିଗଲେଣି। କେଉଁଠି ହାଟ ବଜାରରେ ଗହଳି ଦେଖିବାକୁ ମିଳିଲାଣି ତ କେଉଁଠି ପୁରା ପରିବାର ପାଇଁ ନୂଆ ଡ୍ରେସ କିଣାଚାଲିଛି ।
ଆଉ ଆସନ୍ତାକାଲି ସମସ୍ତେ ନୁଆ ଖାଇବେ ନୂଆ ପିନ୍ଧିବେ , ଏକାଠି ହୋଇ ଜୁହାର ଭେଟ ହେବେ । ଏଥିପାଇଁ ଗତକାଲି ମାଙ୍କୁ ନୂତନ ସିନ୍ଦୂର ଲାଗି ହୋଇଛି । ପ୍ରଥମେ ପ୍ରଭୁ ଗଣେଷଙ୍କୁ ପୂଜା କରାଯାଇ ମା ସମଲେଇଙ୍କ ସମେତ ୧୧୫ ଜଣ ପାଶ୍ୱର୍ ଦେବାଦେବୀଙ୍କୁ ନୂତନ ସିନ୍ଦୂର ଲାଗି କରାଯାଇଛି । ନୂଆଖାଇ ପୂର୍ବରୁ ସିନ୍ଦୂର ଲଗାଯିବାର ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି ।