ପୁରୀ ; ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ। ଏଥିପାଇଁ ରଥଖଳା ପ୍ରସ୍ତୁତ କରାଯାଉଛି। ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ରଥଖଳା। ଯେଉଁଥିରେ ସାମିଲ୍ ରହିବ ଟୁ ପିଟିଜେଡ଼ କ୍ୟାମେରା, ଟିଲଟ ,ଜୁମ୍ କ୍ୟାମେରା। ତେବେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦ ଏପ୍ରିଲ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଏହି କ୍ୟାମେରା ଗୁଡ଼ିକ ରଥଖଳାରେ ରହିବ।
ସେହିପରି ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ତେବେ ଚନ୍ଦନ ଚକଡ଼ା ବା ନରେନ୍ଦ୍ର ଚକଡ଼ାରେ ବି ଲାଗିବ ୧୪ଟି ସିସିଟିଭି। ଯେଉଁଥିରେ ରହିବ ୨ ପିଟିଜେଡ଼ କ୍ୟାମେରା। ଚନ୍ଦନଯାତ୍ରା ଶେଷ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଏହି କ୍ୟାମେରା ଲାଗିବ। ଏହି କ୍ୟାମେରା ଉପରେ ପୋଲିସ କଣ୍ଟ୍ରୋଲ ରୁମ୍ ନଜରରେ ରଖିବ। ଚନ୍ଦନ ଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲାପାଳ ପ୍ରଶାସନ ସମସ୍ତ ବ୍ୟବସ୍ଥା କଡାକଡି କରିଛି।