ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ କାର୍ଯ୍ୟ ଚଳଚଂଚଳ ହୋଇପଡିଛି । ମହାପ୍ରଭୁଙ୍କ ସ୍ପର୍ଶ ପାଇବା ପାଇଁ ରଥ ଓ ପଥ ସମସ୍ତେ ପ୍ରସ୍ତୁତ ହେଲେଣି । ଏହାରି ଭିତରେ ତିନି ରଥରେ ଖଦିଓରା ପଡିଛି । ଏବଂ ବିନ୍ଧ ମଧ୍ୟ ସରିଛି । ଆଉ ଆଜି ତିନିରଥ ଚାରିପଟେ ଚଉଦନାହାକ ବୁଲିବ ବୋଲି ନିର୍ମାଣକାରୀ କହିଛନ୍ତି । ରଥଖଳାରେ ତିନି ରଥର ୨ୟ ଭୂଇଁ ଫ୍ରେମ ଶେଷ ହୋଇଛି । ଗୋଟିଏ ରଥରେ ଚାରିପଟେ ଲାଗୁଥିବା ୪ ଦୁଆରଘଡା ପାଇଁ ୨ଟି ଲେଖାଏଁ ୮ ଗାରେଡି ତିଆରି ହେଉଛି । ସେପଟେ ଚାର ପରିଛା ବିଶ୍ୱକର୍ମା ଚଉପଟ କରି ରୂପକାରଙ୍କୁ ଖୋଦେଇ ପାଇଁ ଦେଇଛନ୍ତି ।ଏବଂ ରୂପକାରମାନେ ନାଟଗୋଡରେ ରାହୁରୂପ ତିଆରି କରୁଛନ୍ତି ।