ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଏଥିପାଇଁ ତାତିରୁ ନିସ୍ତାର ପାଇଛନ୍ତି ରାଜ୍ୟବାସୀ। ତେବେ ଆହୁରି ୪ ଦିନ ରହିବ କାଳବୈଶାଖୀ ବର୍ଷାର ପ୍ରଭାବ। ଏପରିକି ଆଜି ମଧ୍ୟ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ସମ୍ବଲପୁର ସମେତ ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହିତ ବିଜୁଳି, ଘଡ଼ଘଡ଼ି ଏବଂ କୁଆପଥର ବର୍ଷା ହେବ। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ତେଣୁ ଏହି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୨୧ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ୨୯ ଓ ୩୦ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି।