ଭୁବନେଶ୍ୱର: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ରାସନ୍ କାର୍ଡରୁ ବାଦ ପଡିବେ ବିଦେଶୀ । ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀମାନେ ରାସନ୍ କାର୍ଡ ହାତେଇ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି । ସେଥିରୁ ବଞ୍ଚିତ ହେବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ଓଡ଼ିଶାକୁ ଅନୁପ୍ରବେଶ କରି ରାସନ୍ କାର୍ଡ ହାତେଇ ଥିବା ବିଦେଶୀଙ୍କ ନାଁ କଟିବ । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ବିଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ନାଁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କୌଣସି କାରଣରୁ ବିଦେଶୀମାନେ ରାସନ କାର୍ଡ ହାତେଇଛନ୍ତି ତାର ତଦନ୍ତ ପାଇଁ ଦାବି ହୋଇଛି । ସେମାନଙ୍କ ନାଁ ରାସନ୍ କାର୍ଡରୁ ବାଦ ପଡି ସାରିଲା ପରେ ସେମାନଙ୍କ ସଂଖ୍ୟା ସାମ୍ନାକୁ ଆସି ବୋଲି ସୂଚନା ମିଳିଛି ।