ଭୁବନେଶ୍ୱର : ପହଲଗାମ ଆକ୍ରମଣ ପରେ ସବୁ ବଢ଼ିଲା ସୁରକ୍ଷା । ରାଜ୍ୟରେ ହାଇ ଆଲର୍ଟ ଜାରି ପରେ କଡାକଡି ଯାଞ୍ଚ ହୋଇଛି । ଏନେଇ ଭୁବନେଶ୍ୱର ଷ୍ଟେସନରେ ଆରପିଏଫ ପକ୍ଷରୁ ଜୋରଦାର ଚେକିଂ ହୋଇଛି ।
ଆରପିଏଫ ପକ୍ଷରୁ ଷ୍ଟେସନର ପ୍ରତିଟି କୋଣ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।ଲୋକଙ୍କ ଯିବାଆସିବା ଓ ଉପସ୍ଥିତିକୁ ଦୃଷ୍ଟି ଦିଆଯାଇଛି। ରେଳ ଷ୍ଟେସନରେ ସମସ୍ତ ପ୍ରକାର ସୁରକ୍ଷାକୁ କଡାକଡି ଭାବେ ଯାଞ୍ଚ କରାଯାଉଛି । ଏପରିକି ରେଳ ଯାତ୍ରୀଙ୍କ ଉପରେ ନଜର ରଖାଯିବା ସହ ଷ୍ଟେସନରେ ସନ୍ଦେହ ଜନକ କିଛି ଜିନିଷ ବା କୋୖଣସି ନିଛାଟିଆ ସ୍ଥାନକୁ ମଧ୍ୟ ଆରପିଏଫ୍ ଯାଞ୍ଚ କରିଛି । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ଭିଡ଼ ଉପରେ ନଜର ରଖାଯାଉଛି। ଲୋକଙ୍କ ଆସବାବ ପତ୍ର ଓ ଷ୍ଟେସନ ଭିତରକୁ ନେଇ ପଶୁଥିବା ସଂଦେହ ଜନକ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରାଯାଉଛି ।
ସେହିପରି ସହରରେ କମିସନରେଟ ପୋଲିସ ପକ୍ଷରୁମଧ୍ୟ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଏନେଇ ବିଭିନ୍ନ ସିଫ୍ଟରେ ଥିବା ପିସିଆର ଓ ଥାନା ଷ୍ଟାଫ୍ ମଧ୍ୟ ସହରରେ ପଇଁତରା ମାରୁଛନ୍ତି। । ବସଷ୍ଟାଣ୍ଡ, ସଂପି ମଲ୍ ଓ ବିଭିନ୍ନ ମନ୍ଦିର ଓ ପାର୍କ ଆଦି ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସହ ପୋଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ନଜର ରଖାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନ ସମେତ ଖୋର୍ଦ୍ଧା, ଷ୍ଟେସନ କଟକ ଓ ଯାଜପୁର ଭଳି ବାଲେଶ୍ବର ଓ ବିଭିନ୍ନ ରେଳ ଷ୍ଟେସନରେ ଯାଞ୍ଚ କରିଛନ୍ତି ଆରପିଏଫ କର୍ମଚାରୀ।