ବ୍ରହ୍ମପୁର: ସସ୍ କମ୍ପାନୀରେ ରେଡ୍ । ଅପମିଶ୍ରଣ ଚାଲିଥିବା ଅଭିଯୋଗରେ ବ୍ରହ୍ମପୁର ବଡ଼ବଜାର ଥାନା ପିଚିପିଚାରେ ଥିବା କମ୍ପାନୀରେ ରେଡ୍ କରାଯାଇଛି । ଏହି ଘଟଣାର ଯାଞ୍ଚ ପାଇଁ ଜଣଙ୍କୁ ଅଟକ ରଖାଯାଇଛି ।
ସୂଚନା ଅନୁସାରେ, ବଡ଼ବଜାର ଥାନା ପିଚିପିଚାରେ ଥିବା ସସ୍ କମ୍ପାନୀରେ ଅପମିଶ୍ରଣ ଚାଲିଥିବା ଅଭିଯୋଗରେ ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଘଟଣାରେ ବିପୁଳ ପରିମାଣର ସସ୍ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଥିଲା । ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍ ଲଗାଇ ସସ୍ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ପକ୍ଷରୁ ତନାଘନା ଯାଞ୍ଚ କରାଯାଉଛି ।