ନୂଆଦିଲ୍ଲୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାରା ଦେଶରେ ଉତ୍ସବ ମୁଖର ହୋଇପଡ଼ିଛି । ଭାଇ ହାତରେ ରକ୍ଷା ସୁତ୍ର ବାନ୍ଧିଛନ୍ତି ଭଉଣୀ । ଏହି ଅବସରରେ ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୋପଦୀ ମୁର୍ମୁ କୁନି କୁନି ପିଲାଙ୍କ ହାତରେ ନିଜେ ରାକ୍ଷୀ ବାନ୍ଧିଛନ୍ତି । ଏହା ସହିତ ପିଲାମାନେ ମଧ୍ୟ ରାଷ୍ଟ୍ରପତିଙ୍କ ହାତରେ ରକ୍ଷୀ ବାନ୍ଧିଛନ୍ତି । କୁନି କୁନି ପିଲାଙ୍କୁ ପାରମ୍ପାରିକ ବେଶ ପୋଷାକରେ ଦେଖିବାକୁ ମିଳିଥିଲା ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ କୁନି କୁନି ପିଲାମାନେ ସ୍ନେହ ଓ ଶ୍ରଦ୍ଧାର ରାକ୍ଷା ସୁତ୍ର ବାନ୍ଧିଛନ୍ତି । ପ୍ରଧାନମନ୍ତ୍ରୀ ପିଲାଙ୍କ ମାନଙ୍କ ସହିତ କିଛି ସମୟ ପାଇଁ ବାର୍ତ୍ତାଳାପ କରିଥିଲେ ।