କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ ନିଆଯାଇଛି। ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ସେପଟେ ପାଲଟା ଅଭିଯୋଗ ଆଣିଛନ୍ତି ପୁରୁଷ ବନ୍ଧୁ ପ୍ରମୋଦଙ୍କ ମାଆ ଓ ଭଉଣୀ । ଛାତ୍ରୀଙ୍କ ମୃତ୍ୟୁରେ ତାଙ୍କ ପରିବାରର ହାତ ଥିବା ଅଭିଯୋଗ କରିଛନ୍ତି। କାନ୍ଦି କାନ୍ଦି କହିଛନ୍ତି ମୋ ଭାଇର କିଛି ଦୋଷ ନାହିଁ, ତାକୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ଭଉଣୀ । ବିନା ଦୋଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପରିବାର ଲୋକେ ସମୂହ ଜୀବନ ହାରି ଦେବେ ବୋଲି କହିଛନ୍ତି । ପ୍ରତିବାଦରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଶତାଧିକ ଲୋକଙ୍କ ଧାରଣା ଦେଇଛନ୍ତି । ପୁରୁଷ ବନ୍ଧୁଙ୍କ ପରିବାର ଲୋକଙ୍କ ସହ ଶତାଧିକ ଲୋକ ଧାରଣା ଦେଇଛନ୍ତି । ଏହାରି ଭିତରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ବାପା ଆତ୍ମହୃତି ଧମକ ଦେଇଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀ ଗାଡ଼ି ମହଜୁଦ ରହିଛି । କୌଣସି ଅଘଟଣ ଏଡାଇବା ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ସଜାଗ ରହିଛି ।