ପାଳଲହଡ଼ା: ଦ୍ୱିତୀୟ ଥର ପାଇଁ ପୁଣି ଖୋଲିଲା ରେଙ୍ଗାଲି ଡ୍ୟାମ୍। ୮ ନମ୍ୱର ଗେଟ୍ ଦେଇ ଡ୍ୟାମ୍ରୁ ବନ୍ୟା ଜଳ ନିଷ୍କାସିତହେଉଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମ୍ ଖୋଲା ଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇପାରେ ବର୍ଷା। ବର୍ଷା, ପବନ ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି।