ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଥିଲେ। ଗସ୍ତର ଦ୍ୱିତୀୟ ଦିନରେ ଶ୍ୱଶୁର ଘର ଅଭିମୁଖେ ବାହାରିବେ ଦ୍ରୌପଦୀ ମୁର୍ମୁ । ଏହାପରେ ତାଙ୍କ ଦ୍ୱାରା ନିର୍ମିତ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା ହେବେ ଏବଂ ମୁର୍ମୁ ଛକରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପୁତ୍ରଙ୍କ ସମାଧି ସ୍ଥଳକୁ ଯିବେ ରାଷ୍ଟ୍ରପତି । ସେଠାରେ ଏକ ଡକ୍ୟୁମେଣ୍ଟରି ସୁଟିଂ କରିବେ ରାଷ୍ଟ୍ରପତି ।
ଏହାପରେ ପାହାଡପୁରରୁ ବାହାରି ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପ୍ରସାଦ ସେବନ କାଯ୍ୟକ୍ରମ ରହିଛି । ପ୍ରସାଦ ସେବନ ପରେ ୨ଟା ୪୦ରେ ନିଜ ବାସଭବନକୁ ଯାଇ ସେଠାରୁ ଶିମିଳିପାଳ ଅଭିମୁଖେ ଗସ୍ତ କରିବେ ରାଷ୍ଟ୍ରପତି । ଶିମିଳିପାଳରେ ରାତ୍ରି ଯାପନ କରି ଆସନ୍ତାକାଲି ଭୁବନେଶ୍ୱର ଅଭିମୁଖେ ଗସ୍ତ କରିବେ ଦ୍ରୌପଦୀ ମୁର୍ମୁ ।
ତେବେ ୬ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡିଶା ଆସିଥିବା ବେଳେ ବେଳେ ମା’ ବିରଜାଙ୍କ ଦର୍ଶନ କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । ଏହାପରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଳତି ଦର୍ଶନ କରିଛନ୍ତି । ଆଉ ଗତକାଲି ମୟୁରଭଞ୍ଜରେ ପହଁଚିଥିବା ବେଳେ ଆଜି ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ।