କଳାହାଣ୍ଡି : ଆଜି ୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ ଡାକରା। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଲେ ସ୍ଥାନୀୟ ଅଞ୍ଚଳବାସୀ। ୧୨ ଘଣ୍ଟିଆ ବନ୍ଦ ଡାକରାରେ ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ, ଦୋକାନା ବଜାର ବନ୍ଦ ରହିଛି। କେବଳ ହସ୍ପିଟାଲ ଏବଂ ଜରୁରୀ କାଳୀନ ସେବା ଉପରେ ରୋକ ଲଗାଯାଇନାହିଁ। ଏପରିକି ଅଞ୍ଚଳବାସୀ କଳା ବସ୍ତ୍ର ପିନ୍ଧି ଧାରଣାରେ ବସିଛନ୍ତି। ଏହାସହିତ ଆନ୍ଦୋଳନକାରୀମାନେ ସହର ପରିକ୍ରମା କରି ବିଶ୍ୱନାଥପୁର ତହସଲି କାର୍ଯ୍ୟାଳୟରେ ଭୋର ୪ଟାରୁ ତାଲା ପକାଇଛନ୍ତି। ଏପରିକି ସେମାନଙ୍କର ବିଭିନ୍ନ ଦାବି ରହିଛି ଯାହାକୁ ପୂରଣ କରିବା ପାଇଁ ସେମାନେ ଲାଞ୍ଜିଗଡ଼ ବନ୍ଦ ଡାକରା ଦେଇଛନ୍ତି। ସେମାନଙ୍କର ଦାବି ପୂରଣ ହେଲେ ସେମାନେ ଆନ୍ଦୋଳନରୁ ଉଠିବେ ବୋଲି କହିଛନ୍ତି।
ଅଧିକ ପଢନ୍ତୁ : ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ୱସ୍ତରୀୟ ଇକୋ ଟୁରିଜିମ୍ ହବ୍