ଯାଜପୁର : ଟ୍ରାକରୁ ଖସିଲା ଟ୍ରେନ। ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଫଳରେ ଟ୍ରାକ୍ରୁ ୩ଟି ବଗି ଖସିପଡିଛି। ଯାଜପୁର ରୋଡ୍ ଜଖପୁରା ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ। ତେବେ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀ।ଉଦ୍ଧାର ଲାଗି ସ୍ପଟକୁ ଯାଇଛନ୍ତି ଭଦ୍ରକ ରେସକ୍ୟୁ ଟିମ୍। ଅଧିକାଂଶ ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇସରିଛି। ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନଥିବା ରେଳବାଇ ଅଧିକାରୀମାନେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସଟି ଚେନ୍ନାଇ ଅଭିମୁଖେ ଯାଉଥିଲା। ହେଲେ ଆଜି ସକାଳ ପ୍ରାୟ ୮ ଟା ୫୦ ମିନିଟରେ ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଟ୍ରେନ ଟି ଲାଇନଚ୍ୟୁତ ଯାଇଥିଲା। ଏହାପରେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଟ୍ରେନ୍ ଦୁର୍ଘଟଣା ଲାଗି ଉକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉକ୍ତ ଦୁର୍ଘଟଣାରେ ଭୟଭୀତ ହୋଇପଡିଛନ୍ତି ଯାତ୍ରୀ।
ଅଧିକ ପଢନ୍ତୁ ; ଆଜି ୧୨ ଘଣ୍ଟିଆ ଲାଞ୍ଜିଗଡ଼ ବନ୍ଦ : କଳା ବସ୍ତ୍ର ପିନ୍ଧି ଧାରଣାରେ ବସିଛନ୍ତି ଅଞ୍ଚଳବାସୀ