ଭୁବନେଶ୍ୱର: ବିଜେଡ଼ିର ପୂର୍ବତନ ବରିଷ୍ଠ ନେତା ତଥା ବିଜେପିର ନବାଗତ ସଦସ୍ୟ ପ୍ରଭାତ ବିଶ୍ୱାଳଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ବିଶ୍ୱାସଘାତକ କହିବା ପରେ ବର୍ଷିଛନ୍ତି ପ୍ରଭାତ । କୁରୁବଂଶ ଭଳି ବିଜେଡ଼ି ଦିନେ ଅନ୍ଧ ଧ୍ରୁତରାଷ୍ଟ୍ର ନବୀନଙ୍କ ପାଇଁ ଧ୍ୱଂସ ହୋଇଯିବା ବୋଲି କହିଛନ୍ତି ପ୍ରଭାତ ।
ପ୍ରଭତ ନବୀନଙ୍କୁ ଧ୍ରୁତରାଷ୍ଟ୍ର କହି ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଭଳି କହିବା ଆଶ୍ଚର୍ଯ୍ୟ ଲାଗୁଛି । ଧ୍ରୁତରାଷ୍ଟ୍ର ପାଣ୍ଡବ ବଂଶକୁ ବିଶ୍ୱାସଘାତକ କହୁଛନ୍ତି । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବୁଝାଇଥିଲେ କିନ୍ତୁ ଧ୍ରୁତରାଷ୍ଟ୍ର ବୁଝିନଥିଲେ । ଯଦି ବୁଝିଥାଆନ୍ତେ କୁରୁ ବଂଶ ଧ୍ୱଂସ ହୋଇନଥାଆନ୍ତା ।
ସେ ଆହୁରି କହିଛନ୍ତି ଯେ ପ୍ରଭାତ ବିଶ୍ୱାଳ ବିଶ୍ୱାସ ଘାତକ ନୁହେଁ । ଦୀର୍ଘ ୨୪ ବର୍ଷ ଧରି ଦଳ ପାଇଁ ବହୁତ ପରିଶ୍ରମ କରିବା ସତ୍ତ୍ୱେ ବିଭିନ୍ନ ନିର୍ବାଚନରେ ଟିକେଟ୍ ମିଳିନାହିଁ । ପୂର୍ବରୁ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଦଳ ବୁଝୁଥିଲେ । ଗତବର୍ଷ ଭିକେ ପାଣ୍ଡିଆନ ଦଳ ବୁଝିଥିଲେ । ଅତ୍ୟାଚାର ପରେ ଅତ୍ୟାଚାର କରାଯାଇଛି । କିନ୍ତୁ ସେ କେବେବି ନୀତିରୁ ବାହାରି ନାହାଁନ୍ତି । କେବଳ ରାଜନୈତିକତା ଅସହିଷ୍ଣୁତା ପାଇଁ ମୋତେ ଜେଲ ପଠାଇଲେ । କିନ୍ତୁ ସେଥିରେ ସଫଳ ହୋଇପାରିଲେ ନାହିଁ । ଜମିଜମା ପାଇଁ ୨୫ ଲକ୍ଷ ଟଙ୍କା ପାଇଁ ମାମଲା ହୋଇଥିଲା । ମାମଲାର ଫଇସଲା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି । ଯାହାର ଛ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ପ୍ରଭାତ କହିଛନ୍ତି ।