ଗଜପତି : ମୋବାଇଲ ଦୋକାନରୁ ଚୋରି କଲେ ଜଣେ ପୋଲିସ ବାବୁ। ଭିଡ଼ିଓ ହେଲା ଭାଇରାଲ୍।ସୂଚନା ମୁତାବକ ଅଡବା ଗ୍ରାମର ଶଙ୍କର ଇଲୋ୍ଟ୍ରୋନିକ ମୋବାଇଲ ଦୋକାନରେ ହିଡିକିମା ଗ୍ରାମର ଏସୋ ଶବର ନାମକ ଜଣେ ଯୁବକ କାମ କରିବା ସମୟରେ ଦୋକାନ କୁ ଜଣେ ବ୍ୟକ୍ତି ଆସି ମୋବାଇଲ କିଣିବାକୁ କହି ଦୋକାନରେ କାମ କରୁଥିବା ଯୁବକ ଏସ ଶବରକୁ କଥାରେ ଭୁଲାଇ କରି ଦୋକାନରୁ ମୋବାଇଲ ଚୋରି କରିଥିଲେ। ସିସିଟିଭି ଫୁଟେଜ୍ରୁ ଯାହାର ଭିଡିଓ ସ୍ପଷ୍ଟ ଦେଖାଯାଉଛି। ତେବେ ବ୍ୟକ୍ତି ଜଣକ ଦୋକାନରୁ ଚାଲିଗଲା ପରେ ଏସୋ ଜାଣିବାକୁ ପାଇଲେ ଦୋକାନରୁ ଗୋଟିଏ ମୋବାଇଲ ଗାୟବ ହୋଇଛି l ଘଟଣା ଟିକୁ ସାଙ୍ଗେ ସାଙ୍ଗେ ନିଜ ମାଲିକ କୁ ଫୋନ ମାଧ୍ୟମରେ ଜଣାଇବା ପରେ ଦୋକାନୀ ମାଲିକ ସିସିଟିଭି ଫୁଟେଜ ବାହାର କରି ଅଡବା ଥାନାକୁ ପଠାଇଲେ l ଘଟଣା ପୋଲିସ ବାବୁ ଜାଣିବା ପରେ ଦୋକାନରେ ରହି କାମକରୁଥିବା ଏସୋ କୁ ଥାନା କୁ ଡାକି ମାଡ଼ ମାରିବା ସହ ଧମକ ଦେଲେ ଯେ ଯଦି ସେ ଚୋରି କରିଥିବା ଭିଡିଓ ଭାଇରାଲ ହୁଏ ତେବେ ଆହୁରି ହଇରାଣ କରିବୁ ।
ତେବେ ଏନେଇ ଅଡବା ପୋଲିସ ର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ମୋବାଇଲ ଚୋରି କରିଥିବା ବ୍ୟକ୍ତି ଜଣକ ଅଡବା ଥାନାର କନେଷ୍ଟବଳ ପି. ମୋହନ ରାଓ ବୋଲି ଜଣା ପଡିଛି ।
ଅନ୍ୟପକ୍ଷରେ ମାଡ଼ ଖାଇଥିବା ଏସୋ ନ୍ୟାୟ ପାଇବା ପାଁଇ ଏସପି ଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ।