ବୌଦ୍ଧ: ସାମାନ୍ୟ ବଚସାକୁ ସରପଞ୍ଚଙ୍କ ମାରି ମୁଣ୍ଡ ଫଟାଇ ଦେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ପିଇଓ । ଫଳରେ ସରପଞ୍ଚ ଦୌଳଥ ପାଣ୍ଡେ ଗୁରୁତର ଆହତ ହୋଇଛନ୍ତି । ସରପଞ୍ଚ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଉମା ପଞ୍ଚାୟତରେ କିଛି ଉନ୍ନତିମୂଳକ କାମ ହୋଇଥିଲା। କାମ ପରେ କୌଣସି ବିଲ୍ ପୈଠ ହୋଇନଥିଲା। ଯାହାକୁ ନେଇ ସରପଞ୍ଚ ପିଇଓ ଟିକେଲାଲ ମାଝୀଙ୍କୁ ପ୍ରଶ୍ନ କରିଥିଲେ । ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପିଇଓଙ୍କ ସହିତ ଆଲୋଚନା ହୋଇଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା। ପିଇଓ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ । ଏହା ପରେ ସରପଞ୍ଚ ଚିକିତ୍ସିତ ହେବା ପରେ ଘଣ୍ଟାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ।