ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ ହୋଇଛି, ଯାହା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି। ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି। ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ ଦୁଇଟି ବିମାନ ଏବଂ କୋଚି ପାଇଁ ଗୋଟେ ବିମାନକୁ ରଦ୍ଦ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ।
ଆଜି ସକାଳ ୯.୪୫ରେ ଥିବା AI 1814 ଯାହା ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥାନ୍ତା ତାହା ରଦ୍ଦ ହୋଇଛି। ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବା ୩.୨୦ର ବିମାନ I X1060 ମଧ୍ୟ ରଦ୍ଦ ହୋଇଛି। ସେହପିରି ଭୁବନେଶ୍ୱରରୁ କୋଚି ଯିବାକୁ ଥିବା ୧୧.୧୦ର ବିମାନ ମଧ୍ୟ ରଦ୍ଦ କରିଛି ଏୟାର ଇଣ୍ଡିଆ। ଦିଲ୍ଲୀରେ ପ୍ରବଳ କୁହୁଡି ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏୟାର ଇଣ୍ଡିଆ ଫ୍ଲାଇଟ କ୍ୟାନ୍ସଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ବଢ଼ିଛି ଅସନ୍ତୋଷ। ବିମାନ ବାତିଲ ହେବ ପରେ ଯାତ୍ରୀମାନେ ହଙ୍ଗାମା କରିଛନ୍ତି।ବିମାନ ବନ୍ଦର ପରିସରରେ ଉତ୍ତେଜନା ସଯ ହୋହାଲ୍ଲା ପରିସ୍ଥିତି ଦେଖାଦେଇଛି। ବର୍ତ୍ତମାନ ବିମାନ ବନ୍ଦର ବାହାରେ ଏକାଧିକ ଯାତ୍ରୀ ଅପେକ୍ଷା କରିଛନ୍ତି।
ଅନ୍ୟପଟେ ଭୁବନେଶ୍ୱର ବିମାନବନ୍ଦରେ ଜରୁରୀ ଅବତରଣ କରିଛି ବାରଣାସୀ ଯାଉଥିବା ବିମାନ। ଖରାପ ପାଗ ଯୋଗୁଁ ବିମାନର ଜରୁରୀକାଳିନ ଅବତରଣ ହୋଇଛି। କୁହୁଡି ପାଇଁ ମୁମ୍ବଇ-ବାରଣାସୀ ଏୟାର ଇଣ୍ଡିଆ ବିମାନର ରୁଟ୍ ଡାଇଭର୍ଟ କାଯାଇଛି। ଅତ୍ୟଧିକ କୁହୁଡି କାରଣରୁ ବାରଣାସୀରେ ଅବତରଣ କରିପାରିଲାନି ବିମାନ। ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। କୁହୁଡି ପାଇଁ ଭୁବନେଶ୍ୱରରୁ ୩ଟି ବିମାନ ବାତିଲ ହୋଇଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ପୁରୀକୁ ଯାତ୍ରା ଆହୁରି ହେବ ସହଜ; ଆଖି ପିଛୁଳାକେ ପହଞ୍ଚିବେ ଯାତ୍ରୀ, ଘଣ୍ଟା ପ୍ରତି ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍