ଭୁବନେଶ୍ୱର: ଓଡ଼ିଶାରେ ରହିଛନ୍ତି ପଡ଼ୋଶୀ ରାଜ୍ୟର ମାଓବାଦୀ । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ କ୍ୟାଡରର ମାଓବାଦୀ । ବିଏସ୍ଏଫ୍ ଆଇଜି ଚାରୁଧ୍ୱଜ ଅଗ୍ରୱାଲ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି ।
ବିଏସଏଫ୍ ଆଇଜିଙ୍କ ସୂଚନା ମୁତାବକ, ଓଡ଼ିଶାରେ ଏବେବି ୬୦ରୁ ୭୦ ଜଣ ମାଓବାଦୀ ରହିଛନ୍ତି । ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ । ବାକି ସବୁ କ୍ୟାଡର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ଅଛନ୍ତି। ଓଡ଼ିଶାରେ ସଂଗଠନର ନେତୃତ୍ବ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର ନକ୍ସଲ। ଦେଶରେ ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି । ଏଥିରୁ ମାଲକାନଗିରି, କୋରାପୁଟ, କନ୍ଧମାଳ ସମେତ ଓଡ଼ିଶାରେ ୭ଟି ଜିଲ୍ଲା ସାମିଲ ରହିଛି ।