ନୂଆପଡ଼ା: ଆଜି ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମତଦାତାମାନେ ନିଜର ନୂତନ ବିଧାୟକ ବାଛୁଛନ୍ତି । ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ସପରିବାର ଯାଇ ଭୋଟ୍ ଦେଇଛନ୍ତି । ପ୍ରଥମେ ଜୟ ପତ୍ନୀଙ୍କ ସହିତ ପୂଜାର୍ଚ୍ଚନା କରିବା କରିଥିଲେ । ନିକଟସ୍ଥ ମହାଦେବ ମନ୍ଦିରରେ ଆଶୀର୍ବାଦ ଲାଭ କରିବା ପରେ ଭୋଟ୍ ଦେବାକୁ ଯାଇଥିଲେ । ଖରିଆର ରୋଡରେ ଥିବା ମତଦାନ କେନ୍ଦ୍ରରେ ତାଙ୍କ ସହିତ ପତ୍ନୀ ଏବଂ ମା କଳ୍ପନା ଢୋଲକିଆ ମଧ୍ୟ ଭୋଟ୍ ଦେଇଛନ୍ତି ।
ସେହିପରି କଂଗ୍ରେସ ଆଶାୟୀ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି । ପ୍ରଥମେ ମତଦାନ ଏବଂ ପରେ ଜଳ ପାନ ବୋଲି ସେ କହିଛନ୍ତି । ଏଥିରେ ସମସ୍ତେ ସାମିଲ ହେବାକୁ ମତଦାତାମାନଙ୍କୁ ଆହ୍ୱାନ କରିଛନ୍ତି । ଫଳାଫଳ ପୂର୍ବରୁ ପାଦେ ଆଗକୁ ଯାଇ ନିଜକୁ ବିଜୟୀ ଘୋଷଣା କରିଛନ୍ତି ଘାସିରାମ ମାଝୀ । ତାଙ୍କ ସମର୍ଥନରେ ଲୋକେ ଭୋଟ୍ ଦେଉଛନ୍ତି ଏବଂ ସେ ଏହି ନିର୍ବାଚନ ଜିତିବେ ବୋଲି ଦୃଢ଼ତାର ସହିତ କହିଛନ୍ତି ଘାସିରାମ ।
ଏହା ସହିତ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ପୁଅ ଅଭିନନ୍ଦନ ପଣ୍ଡା ଏବଂ ତାଙ୍କର ପରିବାର ସଦସ୍ୟ ଓ ପ୍ରସନ୍ନ ପାଢ଼ୀ ପ୍ରମୁଖ ଭୋଟ୍ ଦେଇଛନ୍ତି ।
ସକାଳ ଆଜି ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ ହୋଇଛି l ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି । ପୋଲିଂ ପାର୍ଟିମାନେ ବିଭିନ୍ନ ବୁଥକୁ ଗସ୍ତ କରିବା ଆରମ୍ଭ କରିଛନ୍ତି । ଏଥିମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ । ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି ।