ଗଜପତି: ଭାଇ-ଭାଇ ସମ୍ପର୍କରେ ଲାଗିଲା କଳଙ୍କ। ବଡ ଭାଇକୁ ହତ୍ୟା କରି ସାନ ଭାଇ ସାଜିଲା ପିଶାଚ। ଏଭଳି ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରେବିଡି ଗାଁରୁ।
ସୂଚନା ଅନୁସାରେ, ରେବିଡ଼ି ଗାଁର ଅଜ୍ୟମ୍ ଦଳବେହେରା ଭାଇ ଆକ୍ରମଣର ଶିକାର ହୋଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇଙ୍କ ମଧ୍ୟରେ କୌଣସି ଏକ କାରଣବଶତଃ ଗଣ୍ଡଗୋଳ ହୋଇଥିଲା। ଯେଉଁଥିରେ ଉତ୍କ୍ଷିପ୍ତ ହୋଇ ବଡ଼ ଭାଇକୁ ଛୁରୀରେ ଭୁସି ହତ୍ୟା କରିଥିଲେ। ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଏହାସହ ସାନ ଭାଇକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ।