ପୁଅକୁ ଧରି ନଦୀକୁ ଡେଇଁଲା ମାଆ।କଟକ ଜିଲ୍ଲା ସାଲେପୁରର ନେମାଳ ବ୍ରିଜରୁ ଜଣେ ମହିଳାନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ପତ୍ତା ମିଳି ନଥିବା ବେଳେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ମୃତ ପୁଅର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି।
ପ୍ରାଥମିକ ସୂଚନାରୁ ଯାହା ଜଣାପଡିଛି ଗ୍ରୁପ ଲୋନ କରିବା ହେତୁ ମହିଳା ଜଣଙ୍କ ଚିନ୍ତିତ ଥିଲେ । ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କ ଝିଅ ପୋଲିସ୍ କୁ ସୂଚନା ଦେଇ କହିଛି ଯେ ମା’ଙ୍କ ସହ ମୋର ଛୋଟ ଭାଇ ଓ ମୁଁ ବଜାର ଆସିଥିଲୁ।ସେଠାରେ ମୋ ଭାଇର ବ୍ଲଡ୍ ଟେଷ୍ଟ କରାଯାଇଥିଲା। ବ୍ଲଡ୍ ଟେଷ୍ଟ କରି ଘରକୁ ଫେରିଲା ବେଳେ ମୋ ଭାଇକୁ ମା’ ପ୍ରଥମେ ନଦୀକୁ ଫିଙ୍ଗି ଦେଇଥିଲା, ପରେ ସେ ନିଜେ ଡେଇଁ ପଡ଼ିଥିଲେ। ତେବେ ସମସ୍ତ ଦିଗରୁ ଯାଞ୍ଚ କରି ପୋଲିସ୍ ଘଟଣାର ତଦନ୍ତ କରୁଛି।