ମୟୂରଭଞ୍ଜ: ଓଡ଼ିଶାରେ ପୁଣି ଲାଗି ରହିଛି ପ୍ରବଳ ବର୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ରିପୋର୍ଟ ଅନୁସାରେ, ରାଜ୍ୟର ୩ଟି ସ୍ଥାନରେ ଅତିଭାରୀ ବର୍ଷା ହୋଇଥିବା ବେଳେ ୨୨ଟି ସ୍ଥାନରେ ଭାରୀ ବର୍ଷା ରେକର୍ଡ ହୋଇଛି।
ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଛି ମୟୂରଭଞ୍ଜ। ଜିଲ୍ଲାର ବହଳଦାରେ ସର୍ବାଧିକ ୨୭୩ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ରାଇରଙ୍ଗପୁରରେ ୧୮୦ ମିମି, ଝାରବନ୍ଧରେ ୧୫୦ ମିମି ଏବଂ ଜାମଦାରେ ୧୨୪ ମିମି ବର୍ଷା ହୋଇଛି। ବାଙ୍ଗିରିପୋଷିରେ ୧୧୨.୪ ମିମି, ବୁଆତଳାରେ ୧୦୭ ମିମି ଏବଂ ତିରିଂରେ ୯୬.୨ ମିମି ବର୍ଷା ରେକର୍ଡ ହୋଇଛି।
ସୁନ୍ଦରଗଡ଼ରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି। ବାଲିସଙ୍କରାରେ ୧୧୫ ମିମି, ଟେନ୍ସାରେ ୧୧୨.୮ ମିମି, ମନ୍ଦିରଡ୍ୟାମରେ ୧୦୫.୨ ମିମି ଏବଂ ବଣାଇଗଡ଼ରେ ୧୦୩ ମିମି ବର୍ଷା ହୋଇଛି। ଗୁରୁଣ୍ଡିଆରେ ୯୨ ମିମି ଏବଂ ରାଉରକେଲାରେ ୮୮ ମିମି ବର୍ଷା ରେକର୍ଡ ହୋଇଛି।
ସେହିପରି ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ମଧ୍ୟ ଭଲ ବର୍ଷା ହୋଇଛି। ବରଗଡ଼ର ପଦ୍ମପୁରରେ ୮୮ ମିମି, ବରପାଲିରେ ୭୧.୪ ମିମି ଏବଂ ବିଜେପୁରରେ ୬୭.୪ ମିମି ବର୍ଷା ହୋଇଛି। ସମ୍ବଲପୁରର ଯୁଜୁମୁରାରେ ୮୨ ମିମି ଏବଂ ବାମରାରେ ୭୭.୫ ମିମି ବର୍ଷା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୭୫ ମିମି ବର୍ଷା ହୋଇଛି।
ଲଗାତାର ବର୍ଷା ଯୋଗୁଁ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବରଗଡ଼ ଭଳି ଜିଲ୍ଲାରେ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ବର୍ଷା ଜାରି ରହିବା ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବା ସହ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମାନିବାକୁ IMD ପରାମର୍ଶ ଦେଇଛି।