ଜୟପୁର : ସାଙ୍ଗମାନେ ନେଲେ ସାଙ୍ଗର ଜୀବନ l ସାଙ୍ଗ ହୋଇ ମଦ ଶେଷରେ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲେ l ଏମିତି ଏକ ଲୋମ ଟାଙ୍କୁରୀ ଯିବା ଭଳି ହତ୍ୟାକାଣ୍ଡ ଗତ ୧୪ ତାରିଖରେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଜାମୁଗୁଡା ଗ୍ରାମରେ ଘଟିଛି l ଏହି ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ ୩ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ l ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା ମାମଲାରେ ଜାମୁଗୁଡା ଗ୍ରାମର ସମାରୁ ଭତ୍ରା,ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l