ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ଫଳାଫଳ, ଦିନ ୧୧ଟାରେ ଅନ୍‌ଲାଇନ୍‌ ହେବ ଉପଲବ୍ଧ
Khabar Odisha:martic-result-will-be-published-tomorrow
କଟକ, ମେ ୨୦ (ଖବର ଓଡ଼ିଶା):

ବିଳମ୍ବରେ ହେଉ ମଧ୍ୟ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତାକାଲି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ସକାଳ ୯ ଘଟିକା ସମୟରେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ପୁସ୍ତିକା ଉନ୍ମୋଚନ ହେବ । ଦିନ ୧୧ଟା ପରେ ଫଳାଫଳ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷା ଜାହାନାରା ବେଗମ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ।

ଆସନ୍ତାକାଲି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ । ସକାଳ ୧୧ଟାରେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଦେଖିପାରିବେ । ବୋର୍ଡ ଦ୍ୱାରା ଦିଆଯାଇଥିବା ୨ଟି ୱେବ୍‌ ସାଇଟ୍‌ www.bseodisha.ac.in ଏବଂ www.bseodisha.nic.in ରେ ରେଜଲ୍ଟ ଦେଖି ହେବ । ଯେଉଁଠାରେ ଇଣ୍ଟରନେଟ୍‌ର ସୁବିଧା ନାହିଁ ସେହିସ୍ଥାନର ପିଲାମାନଙ୍କ ପାଇଁ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ର ବିକଳ୍ପ ବ୍ୟବସ୍ଥା ରଖାଯାଇଛି । ଛାତ୍ରଛାତ୍ରୀମାନେ ଓଆର୍‌୧୦ ଲେଖିବା ପରେ ସ୍ପେଶ୍‌ ଦେବେ ଏହା ପରେ ନିଜର ରୋଲ୍‌ ନମ୍ବର ଲେଖିବେ (OR10 space Roll Number) । ଏହି ମେସେଜ୍‌କୁ ୫୬୭୬୭୫୦ ନମ୍ବରକୁ ପଠାଇ ଦେବେ । ଏହା ପରେ ରେଜଲ୍ଟ ପାଇଯିବେ ବୋଲି ଅଧ୍ୟକ୍ଷା କହିଛନ୍ତି । ଫଳ ପ୍ରକାଶ ସମୟରେ ଗଣ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ରହିବେ ।  

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା ।

  • Tags:

Subscribe

National International State Sports Entertainment