ଭୁବନେଶ୍ୱର: ଓଡ଼ିଶା ପୁଲିସର ଦୁଇ ଜଣ ଆଇପିଏସଙ୍କୁ ଆରକ୍ଷୀ ଅଧିକ୍ଷକଭାବେ ନିଯୁକ୍ତି ମିଳିଛି । ମାଲକାନଗିରି ଏବଂ କଟକ ରେଲୱେକୁ ନୂଆ ଏସ୍ପି ମିଳିଛି । ମାଲକାନଗିରିର ନୂତନ ଏସପି ହୋଇଛନ୍ତି ଆଇପିଏସ ବିନୋଦ ପାଟିଲ ଏଚ୍ । ସେହିପରି ଆଇପିଏସ ରାହୁଲ ଗୋଏଲ ହୋଇଛନ୍ତି କଟକ ରେଲୱେ ଏସ୍ପି । ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଓପିଏସ୍ ମିହିର ପଣ୍ଡାଙ୍କୁ ବି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ନିକଟରେ ନବରଙ୍ଗପୁର ଏସ୍ପି ଭାବେ ମିହିର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି ।
ଚଳିତ ବର୍ଷ ଫେବୃଆରୀ ୧୬ ତାରିଖରେ ରାଜ୍ୟ ଗୃହ ବିଭାଗ, ୨୦୨୦ ବ୍ୟାଚର ଆଇପିଏସ୍ ବିନୋଦ ପାଟିଲ ଏଚ୍ ନିଜର ତାଲିମ ଶେଷ କରିବା ପରେ କେସିଙ୍ଗାର ସବ୍-ଡିଭିଜନାଲ ପୁଲିସ ଅଫିସର (ଏସଡିପିଓ) ଭାବେ ନିଯୁକ୍ତି ପାଇଥିଲେ । ସେହିପରି ୨୦୨୦ ବ୍ୟାଚର ଆଇପିଏସ ଅଫିସର ରାହୁଲ ଗୋଏଲ ବାଲିଗୁଡ଼ାର ଏସଡିପିଓଭାବେ କାର୍ଯ୍ୟକରୁଥିଲେ ।