ଉଦଳା: ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କଠାରୁ ଲୁଟ୍ କଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ରାଜ୍ୟ ରାଜପଥ ବାଲିମୁଣ୍ଡଳି ଛକ ନିକଟରେ ଘଟିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଜଣେ ସୁନା ଦୋକାନୀଙ୍କ ଠାରୁ ବାଲିମୁଣ୍ଡଳି ଛକ ନିକଟରେ ଲୁଟ ହୋଇଛି । ଦୋକାନ ବନ୍ଦ କରି ଫେରୁଥିବା ସମୟରେ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି ବନ୍ଧୁକ ଦେଖାଇ ସୁନାଗହଣା ଲୁଟି ନେଇଥିଲେ । ଏନେଇ ସୁନା ଦୋକାନୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି । କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି ତାହା ଅସ୍ପଷ୍ଟ ରହିଛି ।