ଓଡ଼ିଶାର ଖାଦ୍ୟ ଓ ପରମ୍ପରା ଭାରି ନିଆରା। ବହୁ ପାରଂପରିକ ଖାଦ୍ୟ ଗ୍ରାହକଙ୍କର ବେଶ ଆଦୃତ ହୋଇପାରିଛି। ରାଜ୍ୟର ବହୁ ଖାଦ୍ୟ ଆଜି ବି ଦେଶ-ବିଦେଶରେ ପରିଚିତ ଓ ଗ୍ରହଣୀୟ ହୋଇପାରିଛି। ଯେମିତି ବରା, ଦହିବରା, ରସାବଳୀ ଓ ଛେନାପୋଡ଼। ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରିୟ ଖାଦ୍ୟ ସାମଗ୍ରୀକୁ ନେଇ ସ୍ୱତନ୍ତ୍ରତା ରହିଥାଏ । ସେମିତି ଆଜି ହେଉଛି ବରା ଦିବସ।
ବରା କଥା ଆସିଲେ, ମନେପଡେ ଢେଙ୍କାନାଳ କଥା। ଆହାଃ କିଏ ସୁଆଦ ଓ ମନଲୋଭା। ଢେଙ୍କାନାଳ ବରା ସାରା ରାଜ୍ୟରେ ପ୍ରସିଦ୍ଧ। ଆଜି ଏହି ବରା ଦିବସକୁ ବେଶ ଧୁମଧାମରେ ପାଳିଛନ୍ତି ଢେଙ୍କାନାଳବାସୀ। ପ୍ରସିଦ୍ଧ ବରାର ଐତିହ୍ୟ ଆଜି ପର୍ଯ୍ୟନ୍ତ ବଜାଇ ରଖିଛି ଢେଙ୍କାନାଳ। ଯେତେ ଯାହା ଖାଇଲେ ଢେଙ୍କାନାଳ ବରା ଖାଇଦେଲେ ମନ ଖୁସି ହୋଇଯାଏ ଓ ପେଟ ପୂରିଯାଏ।
ବରା ସମସ୍ତଙ୍କର ପସନ୍ଦ। ପିଲା ହୁଅନ୍ତୁ କି ବୃଦ୍ଧ, ସକାଳ ହେଉ କି ସନ୍ଧ୍ୟା ସମସ୍ତେ ବରା ଖାଇବାକୁ ବେଶ ଭଲପାଆନ୍ତି। ଓଡ଼ିଶାବାସୀଙ୍କ ସହ ବରା କାହିଁ କେଉଁ କାଳରୁ ରହିଆସୁଛି। ଢେଙ୍କାନାଳର ବିରି ବରା ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରସ୍ତୁତ ବରାଠୁ ଭିନ୍ନ ଓ ସ୍ୱତନ୍ତ୍ର। ବରା ବିଭିନ୍ନ ପ୍ରକାରର ଥାଏ। ଯିଏ ଢେଙ୍କାନାଳର ବିରି ବରା ଖାଇଛି, ସେ କେବେ ବି ଭୁଲିପାରିବନି ସେ ସ୍ବାଦକୁ। ଏଠାରେ ବରା ପ୍ରସ୍ତୁତି ଶୈଳୀ ଓ ସ୍ୱାଦ ନିଆରା ରହିଥାଏ। ଯାହା ପାଇଁ ଢେଙ୍କାନାଳ ଇତିହାସରେ ବିରି ବରା ଜଡିତ ହୋଇ ରହିଯାଇଛି।
କୋହଲା ପାଗ ସହିତ ବରାର ମଜା ପ୍ରାୟତଃ ସବୁ ଓଡିଆମାନେ ନେଇଥିବେ। ସେ ବିରିବରା ହେଉ କି ସୁଜି ବରା। ବରା ଖାଇଦେଲେ ମନ ଖୁସି ହୋଇଯାଏ।