ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ପୋଲିସ ବାରାକରେ ଜଣେ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି । ସେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ମହିଳା କନେଷ୍ଟେବଳ ଜଣକ ହେଲେ ଯଶୋଦା ଦାସ । କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ି ନ ଥିବାବେଳେ ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।