କୋରାପୁଟ: କୋରାପୁଟ ଜ଼ିଲ୍ଲା ସେମିଳିଗୁଡା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ଭୁବନେଶ୍ୱର ଭିଜିଲାନ୍ସ ସ୍ପେସିଆଲ ଜଜଙ୍କ ନିର୍ଦ୍ଦେଶକ୍ରମେ ସେମିଳିଗୁଡା ବନ ବିଭାଗର କାର୍ଯ୍ୟାଳୟ ସହ ବନ ଅଧିକାରୀ ନିରଞ୍ଜନ ଶତପଥିଙ୍କ ସେମିଳିଗୁଡା ବାସ ଭବନରେ ଚଢ଼ାଉ ଜାରିରହିଛି । କୋରାପୁଟର ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା । ରାଜ୍ୟରେ ଭୁବନେଶ୍ୱର, ଜଗତସିଂପୁର ଏବଂ କୋରାପୁଟ ଜିଲ୍ଲାରେ ନିରଞ୍ଜନ ଶତପଥୀ ୫ଟି ଠିକଣାର ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।
ଚଢ଼ାଉରେ ୬ ଜଣ ଡିଏସପି , ୭ ଜଣ ଇନ୍ସପେକ୍ଟରଙ୍କ ସହିତ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ରହିଥିବା ଜଣାପଡିଛି । ଚଢାଉ ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ବିପୁଳ ସୁନା ଗହାଣା, ନଗଦ ଟଙ୍କା ଜବତ ହୋଇଛି ।