ରାଉରକେଲା: ରାଉରକେଲାରେ ଯାତ୍ରୀବାହୀ ବସକୁ ଜାଳିଦେଲେ ଦୁର୍ବୃତ୍ତ । ଗତକାଲି ସହରର ଟାଙ୍ଗାରପାଲି ଥାନା ଅଞ୍ଚଳରେ ବସ୍ କାଚ ଭାଙ୍ଗିବା ସହ ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ । ଯାହାକୁ ନେଇ ବସ୍ ମାଲିକ ଅନୟ ମଲ୍ଲିକ ଟାଙ୍ଗରପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ବସଟି ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ସମୟରେ କୌଣସି ଏକ ତ୍ରୁଟି କାରଣରୁ ରାସ୍ତା ଉପରେ ପାର୍କିଂ କରିଥିଲା । କିନ୍ତୁ କେହି ଦୁର୍ବୃତ୍ତ ବିଳମ୍ବିତ ରାତ୍ରିରେ ବସଟିରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏନେଇ ବସ ମାଲିକ ଥାନାରେ ଅଭିଯୋଗ କରିବା ପରେ ଟାଙ୍ଗରପାଲି ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।