ପଦ୍ମପୁର: ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ । ଟୋକନ ସମସ୍ୟା ନେଇ ରାଜ ରାସ୍ତାରେ ଚାଷୀ । ଚାଷୀଙ୍କ ଟୋକାନ ସମସ୍ୟା ତଥା ପ୍ରତି ମଣ୍ଡିରେ ୩ରୁ ୪ କେଜି ଧାନ କଟନୀ ସହ ଧାନ ମଣ୍ଡିରେ ଉଠିବା ସମସ୍ୟା ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ ବୋରାସମ୍ବର କୃଷକ ସଂଗଠନ । ତେବେ ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବା ସହ ଗାଡି ଚଳାଚଳ ସବୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଛି କୃଷକ ସଂଗଠନ । ଏହାସହ ପଦ୍ମପୁର ମୁଖ୍ୟ ରାସ୍ତା ଅବରୋଧ ଯାତାୟତ ବନ୍ଦ କରିଛି କୃଷକ ସଂଗଠନ । ତେବେ ଘଟଣା ସ୍ଥଳରେ ୨ ପ୍ଲାଟୁନ ପୋଲିସ ମୃତୟନ ସହ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହେବ ସେ ନେଇ ପୋଲିସ ସୁରକ୍ଷା କଡାକଡି କରିଛି ।