ଖାଦ୍ୟ ଅନ୍ୱେଷଣରେ ଏବେ ଜନବସତି ମୁହାଁ ବନ୍ୟପ୍ରାଣୀ । ଅନେକ ସମୟରେ ଜଙ୍ଗଲୀ ହାତୀ ଗାଁ ଗଣ୍ଡା ଭିତରେ ପଶି ଧନ ଜୀବନ ନଷ୍ଟ କରୁଥିବାବେଳେ ଏବେ ଗାଁ ଭିତରେ ବାରହା ପଶିଥିବା ନଜର ଆସିଛି । ମଙ୍ଗଳବାର ଦିନ ପ୍ରାୟ ୯ଟା ୩୦ ସମୟରେ ଜିଲା ଜଜ୍ କୋର୍ଟ ସମ୍ମୁଖରେ ଖୋଲାଥିବା ଏକ ଔଷଧ ଦୋକାନରେ ଗୋଟିଏ ଜଙ୍ଗଲୀ ବାର୍ହା ହଠାତ ପଶି ଯାଇଥିଲା। ଯାହା ଫଳରେ ଦୋକାନୀ ଜଣଙ୍କ ଭୟଭୀତ ହୋଇଯାଇଥିଲେ । ଏବଂ କବାଟ ବନ୍ଦ କରିଦେଇଥିଲେ । ତେବେ ଏନେଇ ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର କ୍ୱିକ ରେସପନ୍ସ ଟିମ ଏକ ଜନ୍ତା ଆଣି ସେଠାରେ ପହଂଚିଥିଲେ ଓ ବାରହାଟିକୁ ଉଦ୍ଧାର କରିଥିଲେ । ଏବଂ ଉଦ୍ଧାର କରାଯାଉଥିବା ସମୟରେ ବାରହାଟିର ମୁହଁରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖାଯାଇଛି । ତେବେ ବାରହାଟିର ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି କହିଛନ୍ତି।