ବେଙ୍ଗାଲୁରୁ: ଆଇପିଏଲ୍ ବିଜେତା ଟିମ୍ ଆରସିବିରେ ବିଜୟ ଉତ୍ସବରେ ମୃତ୍ୟୁ ତାଣ୍ଡବ ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା କେମିତି ହେଲା ଏବଂ ଏଥିରେ ଦୋଷ କାହାର ସେ ନେଇ କାରଣ ଖୋଜା ଚାଲିଛି । ଏହାରି ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ହାଇକୋର୍ଟ ଏ ନେଇ ନିଜ ପକ୍ଷରୁ ଶୁଣାଣି କରିବେ । ଗୁରୁବାର ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ଶୁଣାଣି କରିବେ ବୋଲି ସୂଚନା ମିଳିଛି ।
ଅପରପକ୍ଷେ କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି. ପରେମେଶ୍ୱର ଚିନ୍ନାସ୍ୱାମୀ ଷ୍ଟାଡିୟମ ଗସ୍ତ କରିଛନ୍ତି । ଏହା ସହିତ ଗୃହ ମନ୍ତ୍ରୀ ବେଙ୍ଗାଲୁରୁ ପୋଲିସ କମିଶନର, ଡିସିପି ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ କରିବାର କାର୍ୟ୍ୟକ୍ରମ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗତକାଲି ଆରସିବି ପାଇଁ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା । ଷ୍ଟାଡିୟମରେ ବାହାରେ ପ୍ରାୟ ଦୁଇ ଲକ୍ଷ କ୍ରିକେଟ ପ୍ରଶଂସକଙ୍କ ଭିଡ଼ ଜମି ଥିଲା । ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୭ ଜଣ ଆହତ ହୋଇଥିଲେ । କର୍ଣ୍ଣାଟକ ସରକାରଙ୍କ ମୃତକ ଆତ୍ମୀୟ ସ୍ୱଜନଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବାବେଳେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।