ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରି ତାତିଲେ କଙ୍କଡ଼ାହାଡ଼ ବାସିନ୍ଦା । ଆନ୍ଦୋଳନକାରୀ ବିଦ୍ୟୁତ ଅଫିସ ଘେରାଉ କରିଛନ୍ତି ।
କଙ୍କଡ଼ାହାଡ଼ରେ ବାରମ୍ବାର ହେଉଛି ବିଦ୍ୟୁତ କାଟ । ସେ ଖରା ଦିନ ହେଉ କି ବର୍ଷା ଦିନ ସବୁବେଳେ ସମାନ ପରିସ୍ଥିତି । ଏ ନେଇ ଜେଇଙ୍କଠାରୁ ଆରମ୍ଭ କରିତ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ କଙ୍କଡ଼ାହାଡ଼ ବାସିନ୍ଦା । କିନ୍ତୁ କୌଣସି ପ୍ରକାରର ସମାଧାନ ରାସ୍ତା ହୋଇ ପାରି ନ ଥିଲା । ଫଳରେ ଆଜି ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଲୋକମାନେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ଦେଖି ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିଛି । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲୋକମାନେ ଦାବି କରିଛନ୍ତି ।