ଭୁବନେଶ୍ୱର: ଭାରତୀୟ ବନ ସେବା ଅଧିକାରୀ ଡାକ୍ତର କେ ମୁରୁଗେସାନ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ବା ପିସିସିଏଫ୍ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସରକାର ଡାକ୍ତର ମୁରୁଗେସନଙ୍କୁ ପିସିସିଏଫ୍ ମୁଖ୍ୟ ଏବଂ ବନ ବାହିନୀର ମୁଖ୍ୟ ରୂପେ ଶନିବାର ନିଯୁକ୍ତି ଦେଇଛନ୍ତି ।
ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ସଚିବ ଦେବାଶିଷ ସିଂହ ଏହି ନିର୍ଦ୍ଦେଶରେ ସ୍ୱାକ୍ଷର କରିବା ସହିତ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି । ଡାକ୍ତର କେ ମୁରୁଗେସାନ ୧୯୯୪ ବ୍ୟାଚ୍ର ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ଅଟନ୍ତି । ଡକ୍ଟର ମୁରୁଗେସନ ଓଡ଼ିଶାର ବନ ପ୍ରଶାସନର ନେତୃତ୍ୱ ନେଇ ରାଜ୍ୟ ସାରା ସଂରକ୍ଷଣ, ବନୀକରଣ, ବନ୍ୟପ୍ରାଣୀ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ପଦକ୍ଷେପଗୁଡ଼ିକର ତଦାରଖ କରିବାର ଦାୟିତ୍ୱ ଗ୍ରହଣ କରିବେ ।
ଡାକ୍ତର କେ ମୁରୁଗେସାନ ୧୯୯୪ ବ୍ୟାଚ୍ର ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ଅଟନ୍ତି । ପୂର୍ବରୁ ବନ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସମ୍ଭାଳିଛନ୍ତି । ସେ ପିସିସିଏଫ୍ (ନୋଡାଲ) ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି । ଡକ୍ଟର ମୁରୁଗେସାନ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ସେ ଜଣେ ପ୍ରସିଦ୍ଧ ପରିବେଶବିତ୍ ମଧ୍ୟ ଅଟନ୍ତି ।