ଭୁବନେଶ୍ବର: ରାଜଧାନୀ ଆଇ ଜି. ପାର୍କ ନିକଟରେ ଘଟିଛି ଅଭାବନୀୟ ଘଟଣା । ବନ୍ଦ ଦୋକାନ ଭିତରୁ ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଛଣିଆ ଗ୍ରାମର ବନବିହାରୀ ଖୁଣ୍ଟିଆ। ସେ ଗୀତ ଗୋବିନ୍ଦ ସଦନ ପଛପଟରେ ଏକ ପାନ ଦୋକାନ ଦୀର୍ଘ ବର୍ଷ ହେବ ଖୋଲିଥିଲେ। ତେବେ ଆଜି ଦୋକାନ ଭିତରେ ତାଙ୍କ ମୃତଦେହ ପଡିଥିଲା। ଖବର ପାଇ ଘଟଣାସ୍ଥଳରେ ଖାରବେଳ ଥାନା ପୋଲିସ ପହଞ୍ଚି ମୃତଦେହକୁ କବାଟ ଭାଙ୍ଗି ଉଦ୍ଧାର କରିଥିଲା। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ତେବେ କେମିତି ଓ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ ସ୍ପଷ୍ଟ ହୋଇନାହଁ । ପରିବାର ଲୋକ ଏଭଳି ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।