ଭୁବନେଶ୍ୱର: ଏଣିକି କଲେଜରେ ଚେୟାର ବସି କିମ୍ବା ରିଲ୍ସ ବନେଇ ଖଟି କରିପାରିବେ ନାହିଁ ଅଧ୍ୟାପକ । ଯଦି କେବେ ଖଟି କରିବାର ପ୍ରମାଣ ମିଳେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟକୁ ଚିଠି ଲେଖି ତାଗିଦ କରିଛି ।
ଉଚ୍ଚ ଶିକ୍ଷା ବିଭାଗ କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ପାଠ ନ ପଢ଼ାଇ ଖଟି କରୁଥିବାରୁ ଅବଗତ ହୋଇଥିଲା । ଯାହା ପରେ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଭାଗ ସମସ୍ତ ମହାବିଦ୍ୟାଳୟକୁ ଚିଠି ଲେଖି ତାଗିଦ କରିଛନ୍ତି, ଯଦି କୌଣସି ଅଧ୍ୟାପକ ପାଠ ନ ପଢ଼ାଇ ଖଟି କରୁଥିବେ, ମୋବାଇଲ ବ୍ୟବହାର କରୁଥିବେ, ଅନୁପସ୍ଥିତ ଥିବା କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଲିପ୍ତ ଥିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ସ୍ଥଳେ ସେମାନଙ୍କ ଦରମା ମଧ୍ୟ ବନ୍ଦ କରାଯାଇପାରେ ବୋଲି ବିଭାଗ ଚେତାବନୀ ଦେଇଛି ।
ଗତ ୨୯ ତାରିଖରେ ଉଚ୍ଚ ବିଭାଗର ଅଧିକାରୀ କଟକର ଦୁଇଟି ସଂସ୍କୃତ ଅନୁଦାନପ୍ରାପ୍ତ କଲେଜକୁ ସର୍ପ୍ରାଇଜ୍ ଭିଜିଟ୍ କରିଥିଲେ । ଦୁଇ ଜଣ ଅଧ୍ୟାପକ କ୍ଲାସ୍ ନ ନେଇ ଗପରେ ମାତିଥିଲେ । ଯାହା ପରେ ବିଭାଗ ଏପରି କଠୋର ହୋଇଛି ।