ଭୁବନେଶ୍ୱର: କଶିକେଶ ନାରାୟଣ ସିଂହଦେଓ ବିଜେଡ଼ିର ନୂତନ ହିତାଧିକାରୀ ହେବା ଉପରେ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି କଳିକେଶ ଓ ନବୀନଙ୍କ ଭେଟଘାଟ । ନୂତନ ନେତୃତ୍ୱ ଚର୍ଚ୍ଚା ଉପରେ ନିଜେ କଳିକେଶ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
କଳିକେଶ ଆଜି ନବୀନ ନିବାସ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଏହା ପରେ କଳିକେଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି । ଅନେକ କଥା ଆଲୋଚନା ହୋଇଛି ଅଲଗା କିଛି ନାହିଁ । ବଲାଙ୍ଗିର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଛି । ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ସମସ୍ୟା ଓ ମହିଳା ସୁରକ୍ଷା ନେଇ ନବୀନ ବାବୁଙ୍କ ସହିତ ଆଲୋଚନା ହୋଇଛି । କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି ।
ସେହିପରି ନେତୃତ୍ୱ ପ୍ରଶ୍ନ କଳିକେଶ ବିରାମ ଲଗାଇ କହିଛନ୍ତି ଯେ ଆମ ଦଳରେ ଗୋଟିଏ ନେତୃତ୍ୱ ଅଛନ୍ତି । ପୂର୍ବରୁ ବିଜୁବାବୁଙ୍କ ନାଁରେ ଦଳ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ନବୀନ ବାବୁ ନେତା ହେଲେ, ସଭାପତି ହେଲେ ଏବଂ ମୁଖ୍ୟମନ୍ତ୍ରୀ ହେଲେ । ୨୪ ବର୍ଷ ଧରି ରାଜ୍ୟକୁ ସ୍ୱର୍ଣ୍ଣିମ ଅଧ୍ୟାୟ ଦେଇଛନ୍ତି । ବାପା ଏବଂ ମୁଁ ଚାରି ଥର ବିଧାୟକ ଏବଂ ସାଂସଦ ହେଲି । ସାଧାରଣ କର୍ମୀ ହିସାବରେ ଦଳ ଯାହା ଦାୟିତ୍ୱ ଦେବ ତାହା କରିବି । ଯେତେଦିନ ଯାଏଁ ନବୀନ ପଟ୍ଟନାୟକ ଅଛନ୍ତି ସେତେଦିନ ଯାଏ ଆଉ କୌଣସି ନେତୃତ୍ୱର ପ୍ରଶ୍ନ ଉଠୁନି । ଆମେ ସମସ୍ତେ ନବୀନ ବାବୁଙ୍କ ପଛ ପଟେ ଏକତ୍ରିତ ହୋଇ ରହିଛୁ । ରାଜ୍ୟର ଯାହା ପରିସ୍ଥିତି ଅଛି ନବୀନ ବାବୁ ମୁଖ୍ୟମନ୍ତ୍ରୀ ସୁଧୁରିବ । ତେଣୁ ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁ ନାହିଁ ।
୨୦୨୯ରେ ମଧ୍ୟ ନବୀନ ପଟ୍ଟନାୟକ ଆଉ ଥରେ ନିର୍ବାଚନ ଲଢ଼ି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ ସଂକଳ୍ପ ନେଇଛନ୍ତି । ୨୫ ବର୍ଷରେ ଯାହା ଦାୟିତ୍ୱ ମିଳିଛି ତାହାକୁ କରିଛି, ଆଗାମୀ ଦିନରେ ଯାହା ଦାୟିତ୍ୱ ମିଳିବ କରିବେ ବୋଲି ସଫେଇ ଦେଇଛନ୍ତି କଳିକେଶ ।