ଭୁବନେଶ୍ୱର: ଆଇଏଏସ୍ ନିଖିଲ ପବନ କଲ୍ୟାଣଙ୍କୁ ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ବା ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଡିସିଆର) ଭାବେ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ କାର୍ମିକ ଓ ତାଲିମ ବିଭାଗ ଦ୍ୱାରା ୨୦୧୨ ବ୍ୟାଚର ଆଇଏଏସ୍ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କୁ ଓଡ଼ିଶା ପାଇଁ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯିଆଛି। ଏହା ପରେ ଅନ୍ୟ ଅଧିକାରୀମାନଙ୍କୁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିଯୁକ୍ତି ଦିଆଯିବ।
ଆଇଏଏସ୍ ନିଖିଲ ପବନ କଲ୍ୟାଣ ଜଣେ ଦକ୍ଷ ଅଧିକାରୀ, ଯିଏ ନିଜ କର୍ତ୍ତବ୍ୟକୁ ସୁଚାର ରୂପେ ସମ୍ପାଦନ କରିଥାନ୍ତି । ସେଥିପାଇଁ ତାଙ୍କ ସହାୟତାରେ ଓଡ଼ିଶାରେ ଜନଗଣନା କାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ନିଆଯାଇ ତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ।
ପୂର୍ବତନ ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ଗତ ମେ ମାସରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ ହୋଇଯାଇଥିଲେ । ଫଳରେ ଡିସିଓ ପଦ ଖାଲି ପଡିଥିଲା । ସେଥିପାଇଁ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍ ନିଖିଲ ପବନ କଲ୍ୟାଣଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି ।