ପାରାଦୀପଗଡ ଶିଳ୍ପାଞ୍ଚଳରେ ଥିବା ପାରାଦୀପ ଆଇସ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ ଘଟଣା। ଏଥିରେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକ ଅସୁସ୍ଥ ହୋଇଛନ୍ତି। ସିଲିଣ୍ଡରରୁ କିଛି ସମୟ ପାଇଁ ଗ୍ୟାସ ଲିକ ହୋଇଥିଲା । ଫଳରେ ଆଖପାଖ ଲୋକେ ଭୟଭୀତ ହୋଇପଡିଥିଲେ । ସେହି ପ୍ଲାଣ୍ଟରେ କାର୍ଯ୍ୟରତ ୪ ଜଣ ଶ୍ରମିକ କିଛି ସମୟ ପାଇଁ ଅଣନିଃଶ୍ୱାସୀ ହୋଇପଡିଥିଲେ । ଖବର ପାଇ ପାରାଦୀପ ଲକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କୁଜଙ୍ଗରୁ ଦମକଳ ବାହିନୀ ପହଞ୍ଚି ଆଇସ ପ୍ଲାଣ୍ଟ ଓ ଆଖପାଖରେ ପାଣି ସିଞ୍ଚନ କରିଛନ୍ତି ।
କମ୍ପାନୀର ହୋଷ୍ଟ ପାଇପ ଫାଟିବାରୁ ଆମୋନିଆ ଗ୍ୟାସ ଲିକ ହୋଇଥିଲା। ଲିକେଜ୍ ପରେ ଆମୋନିଆ ଗ୍ୟାସ୍ ବ୍ୟାପିଯବାରୁ ସ୍ଥାନୀୟ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି । ସମସ୍ତଙ୍କ ଆଖି ନାକ ଆଦି ପୋଡୁଥିବା ଲୋକେ କହିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।