କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି। ଜଗତପୁର ଥାନା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ବୁଧବାର ପୁଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛ।
ସୂଚନା ଅନୁଯାୟୀ, ସୁନାରୀବଣ ଅଞ୍ଚଳରେ ଦୀର୍ଘ ଦିନ ଧରି ଏକ ନକଲି ମୋବିଲ କାରଖାନା ଚାଲିଛି । ଏଠାରେ ପୋଡ଼ା ମୋବିଲରୁ ନୂଆ ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଥିଲା । ଏଠାରୁ କୋଟି କୋଟି ଟଙ୍କାର ଉକ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ଘଟଣାସ୍ଥଳରୁ ପୁଲିସ ଶହ ଶହ ଡ୍ରମରେ ଭର୍ତ୍ତି ଥିବା ନକଲି ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ଜବତ କରିଛି । ତେବେ ଚଢ଼ାଉ ସମ୍ପର୍କରେ ସୁରାକ୍ ପାଇ କାରଖାନା ମାଲିକ ଫେରାର ହୋଇଯାଇଛନ୍ତି ।
ସୁନାରୀବଣ ଅଞ୍ଚଳରେ ଏହି ନକଲି ମୋବିଲ କାରଖାନା ୨୦୧୬ରୁ ଚାଲୁଥିବା ଜଣାପଡ଼ିଛି । ଏଠାରେ ପୋଡ଼ା ମୋବିଲରୁ ନୂଆ ମୋବିଲ୍, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା । ଏଠାରୁ କୋଟି କୋଟି ଟଙ୍କାର ଉକ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିଲା ।