ସୁନ୍ଦରଗଡ ଜିଲ୍ଲା ବଣାଇ ନିକଟସ୍ଥ ଖଣ୍ଡପାଟ ଗାଁରେ ଏକ ଅଘଟଣ ଘଟିଯାଇଛି । ଅସହ୍ୟ ଶୀତରୁ ମୁକ୍ତି ପାଇବା ପାଇଁ ଦୁଇ ଦମ୍ପତି ନିଆଁ ପୁଇଁ ହେଉଥିବା ସମୟରେ ପୋଡି ହୋଇଯାଇଛନ୍ତି ।
ସୂଚନା ଅନୁସାରେ ଆଜି ସକାଳୁ ଅତ୍ୟଧିକ ଶୀତ ଯୋଗୁଁ ଖଣ୍ଡପାଟ ଗାଁର ପତିପତ୍ନୀ ଉଭୟ ନିଆଁ ପୁଇଁ ହେଉଥିଲେ । ଏହି ସମୟରେ ହଠାତ ସ୍ୱାମୀଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ତାଙ୍କ ସମ୍ପୂର୍ଣ୍ଣ ଦେହରେ ନିଆଁ ଲାଗିଯାଇଥିଲା । ତେବେ ଏହା ଦେଖି ପତ୍ନୀ ଚିତ୍କାର କରିବାରୁ ଗାଁ ଲୋକ ଆସି ଘଟଣା ସ୍ଥଳରେ ପହଂଚିଥିଲେ । ଏହାସହ ବ୍ୟକ୍ତିଙ୍କ ଶରୀରରୁ ନିଆଁ ଲିଭାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।